ଡବ୍ଲୁଏଫ୍ଆଇ’ ମୁଖ୍ୟ ପଦରୁ ଇସ୍ତଫା ଦେବିନାହିଁ: ବ୍ରିଜ୍ଭୂଷଣ ସରଣ ସିଂହ

Jan 20, 2023 - 07:59
 38
ଡବ୍ଲୁଏଫ୍ଆଇ’ ମୁଖ୍ୟ ପଦରୁ ଇସ୍ତଫା ଦେବିନାହିଁ: ବ୍ରିଜ୍ଭୂଷଣ ସରଣ ସିଂହ
ନୂଆଦିଲ୍ଲୀ: ଇସ୍ତଫା ଦେବିନାହିଁ ବୋଲି ଯୌନଶୋଷଣ ଓ କୁସ୍ତି ଖେଳାଳିଙ୍କ ବିଭିନ୍ନ ଅଭିଯୋଗର ଶିକାର ହୋଇଥିବା ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ଅଧ୍ୟକ୍ଷ ତଥା ‘ବିଜେପି’ ସାଂସଦ ବ୍ରିଜ୍‌ଭୂଷଣ ସରଣ ସିଂହ ଆଜି କହିଛନ୍ତି। ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଆଜି ଅପରାହ୍ଣ ୪ଟା ପରେ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦେବେ ବୋଲି କହିଛନ୍ତି। ସେ କହିଛନ୍ତି, ଅମିତ ଶାହ କିଂବା ଅନୁରାଗ ଠାକୁର, ମୁଁ କାହାକୁ ଭେଟିନାହିଁ। ଆପଣମାନଙ୍କ ପ୍ରଶ୍ନର ମୁଁ କୌଣସି ଉତ୍ତର ଦେବିନାହିଁ। ୫ଟା ବେଳେ ସବୁ କଥାର ଉତ୍ତର ଦେବି। ମୁଁ କିଭଳି ଲୋକ ସେକଥା ଏଠାରେ ଉପସ୍ଥିତ ଥିବା ହରିୟାଣା କ୍ରୀଡ଼ାବିତ୍‌ମାନଙ୍କୁ ପଚାରନ୍ତୁ। ମୋ ବିରୋଧରେ ଆଗତ ଯୌନଉତ୍ପୀଡ଼ନ ଅଭିଯୋଗ ପ୍ରମାଣିତ ହେଲେ ମୁଁ ଫାଶୀ ଦେଇ ମରିବି। ‘ଅପରାଧୀ’ କଳଙ୍କ ନେଇ ମୁଁ ‘ଡବ୍ଲୁଆଇ’ ଅଧ୍ୟକ୍ଷ ପଦ ତ୍ୟାଗ କରିବାକୁ ଚାହୁଁନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।