ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା

Oct 19, 2022 - 05:33
 46
ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା
ଚେନ୍ନାଇ: ଜୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି। ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବୋଲି ‘ଅରୁମୁଘାମୀ ଆୟୋଗ’ ଅଭିଯୋଗ କରିଛି। ଏଥିପାଇଁ, ସେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି। ମଙ୍ଗଳବାର ଦିନ ତାମିଲନାଡୁ ବିଧାନସଭାରେ ‘ଅରୁମୁଘାମୀ ଆୟୋଗ’ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ରିପୋର୍ଟର ଶେଷ ବିବୃତିରେ ଆୟୋଗ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟଭାସ୍କର, ଭି.କେ. ଶଶୀକଳା ଏବଂ ଅନ୍ୟ ଦୁଇଜଣ ସରକାରୀ ଅଧିକାରୀଙ୍କ ଉପରେ ସନ୍ଦେହ ପ୍ରକଟ କରି କହିଛନ୍ତି। ସନ୍ଦିଗ୍ଧମାନଙ୍କୁ ଉପରେ ତଦନ୍ତ କରିବା ଲାଗି ମଧ୍ୟ ଆୟୋଗ ସୁପାରିସ କରିଛନ୍ତି।