ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଅନୁଗୋଳ,୩/୯(ସକାଳଖବର): ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣୀ ଶିବିର ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିତ୍ରଭାନୁ ମାହାପାତ୍ର ଯୋଗ ଦେଇଥିଲେ । ଶିବିରରେ ଦାଖଲ ହୋଇଥିବା ସମୁଦାୟ ୧୩୯ଟି ଅଭିଯୋଗରୁ ୧୧୫ଟି ବ୍ୟକ୍ତିଗତ ଓ ୨୪ଟି ଗ୍ରାମ୍ୟ ଭିତ୍ତିକ ସମସ୍ୟା ସଂପର୍କିତ ଅଭିଯୋଗର ଶୁଣାଣୀ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୬ ଜଣଙ୍କୁ ୨୩ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ଜଣଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାିଛି । ପୂର୍ବରୁ ପଡ଼ିରହିଥିବା ୧୪ଟି ଅଭିଯୋଗର ସମାଧାନ ଏହି ଶିବିରରେ କରାଯାଇଥିଲା । ଏହି ଶିବିରକୁ ଆସିଥିବା ଲୋକମାନେ ସାଧାରଣତଃ ଭତ୍ତା, ଇନ୍ଦିରାଆବାସ, ବିଜୁ ପକ୍କାଘର, ପାନୀୟଜଳ ଯୋଗାଣ, ବିଦ୍ୟୁତ ସମସ୍ୟା, ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିସ୍ଥାପନ ଓ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଜିଲ୍ଳାପାଳଙ୍କୁ ଗୁହାରି କରିଥିଲେ ।