ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ

Mar 13, 2022 - 14:13
 71
ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ
ଭୁବନେଶ୍ଵର ୧୩।୦୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟରେ ସର୍ବକାଳୀନ ରେକର୍ଡ କରିଛି ଶାସକ ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିକାର କରି ଇତିହାସ ରଚିଛି ବିଜେଡି। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ୮୫୨ ଆସନରୁ ଏକାକୀ ୭୬୬ ଆସନରେ ଜିତିଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ଜିତିଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇଛି। ୩୦ ରୁ ୩୦ ଜିଲ୍ଲାରେ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛି ବିଜେଡି। ଗତଥର ଯେଉଁ ଜିଲ୍ଲାଗୁଡିକରେ ବିଜେଡି ମାତ୍ ଖାଇଥିଲା ସେଠାରେ ବଡ ବ୍ୟବଧାନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଛି। ବିରୋଧୀଙ୍କଠୁ ବିପୁଳ ବ୍ୟବଧାନରେ ଜିଲ୍ଲା ପରିଷଦ ନିର୍ବାଚନ ଜିତିଥିଲା ବିଜେଡି। ଗତ ଥର ୨୯୪ ଆସନରେ ବିଜୟୀ ହୋଇଥିବା ବିଜେପି ଏଥର ଶୋଚନୀୟ ଭାବେ ପରାଜିତ ହୋଇଛି। କେଉଁ ଜିଲ୍ଲାରେ କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୁଗୁଳ- ବବିତା ପ୍ରଧାନ ବାଲେଶ୍ଵର- ନାରାୟଣ ପ୍ରଧାନ ବଲାଙ୍ଗିର- ଦେବକୀ ସାହୁ ବରଗଡ- ମାନିନୀ ଭୋଇ ଭଦ୍ରକ- ପ୍ରଫୁଲ୍ଲ ଜେନା ବୌଦ୍ଧ- ପ୍ରଭାସିନୀ ଦାସ କଟକ- କିଶୋର ଚନ୍ଦ୍ର ମିଶ୍ର ଦେବଗଡ- କୌଶିକ କୁମାର ପ୍ରଧାନ ଢେଙ୍କାନାଳ- ଅର୍ଚ୍ଚନା ପୁହାଣ ଗଜପତି- ଜି.ତିରୁପତି ରାଓ ଗଞ୍ଜାମ- ଅଞ୍ଜଳି ସ୍ଵାଇଁ ଯାଜପୁର- ନଳିନୀପ୍ରଭା ଜେନା ଜତସିଂହପୁର- ମନୋଜ କୁମାର ଭୋଇ ଝାରସୁଗୁଡା- ତୁଳାବତୀ ମିଞ୍ଜ କନ୍ଧମାଳ- ନନ୍ଦିନୀ ମଲ୍ଲିକ କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ କେନ୍ଦୁଝର- ସାଗରୀକା ସାହୁ କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ କୋରାପୁଟ- ସସ୍ମିତା ମେଲେକା ଖୋର୍ଦ୍ଧା- ରୂପଶ୍ରୀରାଣୀ ଗୁମାନସିଂ ମାଲକାନଗିରି- ସମାରୀ ରାଙ୍ଗୁଲୁ ମୟୂରଭଞ୍ଜ- ଭାରତୀ ହାଂସଦା ନବରଙ୍ଗପୁର- ମୋତିରାମ ନାୟକ ନୟାଗଡ- ଦେବାଶିଷ ପଟ୍ଟନାୟକ ନୂଆପଡା- ଡଲି ମାଜୀ ପୁରୀ- ସ୍ଵପ୍ନାରାଣୀ ସ୍ଵାଇଁ ରାୟଗଡା- ସରସ୍ଵତୀ ମାଝୀ ସମ୍ଵଲପୁର- କୁମୁଦିନୀ ନାୟକ ସୁବର୍ଣ୍ଣପୁର- ସୁପାର ଠେଲା ସୁନ୍ଦରଗଡ- କୁନ୍ତୀ ପ୍ରଧାନ