ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା!

Apr 10, 2022 - 05:48
 53
ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା!
ଯାଜପୁର ୧୦।୦୪: ମହିଳାଙ୍କୁ ହତ୍ୟା, ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଧର୍ମଶାଳା ଥାନା ପାଣିମୁହାଣୀ ଗାଁରେ। ଗାଁର ଅଜୟ ନାୟକ ଓ ସ୍ତ୍ରୀ ବନି ନାୟକ ଘରେ ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ମହିଳା ବିନି ନାୟକ ଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସ୍ବାମୀ ଗୁରୁତର ଅବସ୍ଥା ରେ ଧର୍ମଶାଳା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଜମିବାଡ଼ି ବିବାଦ କୁ କେନ୍ଦ୍ରକରି ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଅଜୟ ନାୟକ ଓ ତାଙ୍କ ପଡୋଶୀ ଙ୍କ ମଧ୍ୟରେ ଜମି ରେ କଦଳୀ ଗଛ ପକାଇବାକୁ ନେଇ ବିବାଦ ଦେଖା ଦେଇଥିଲା। ଉଭୟ ପକ୍ଷରୁ ଧର୍ମଶାଳା ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା। ଜମିବାଡ଼ି ବିବାଦ କୁ ନେଇ ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଉ ଥିବା ବେଳେ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହ ଘଟଣା ର ଅଧିକ ତଦନ୍ତ ଚଳାଇଛି।