ଜଗମୋହନରୁ ଗଳୁଛି ପାଣି

Aug 7, 2018 - 18:50
 204
ଜଗମୋହନରୁ ଗଳୁଛି ପାଣି
ପୁରୀ,୭/୮(ସକାଳଖବର):ଶ୍ରୀମନ୍ଦିରର ଜଗମୋହନରୁ ପାଣି ଗଳୁଛି । ଅଣସର ପିଣ୍ଡିରେ ବର୍ଷାଜଳ ପଡୁଥିବା ସେବାୟତ ମାନେ ଅଭିଯୋଗ କରିଛନ୍ତି । ଲଗାଣ ବର୍ଷାରେ ଜଗମୋହନରୁ ରାତିତମାମ ପାଣି ଝରି ଚାନ୍ଦୁଆ ଭିଜି ଯାଇଥିବା ସେମାନେ ଦର୍ଶାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଗମୋହନ କାମ ଶେଷ ନେଇ ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ପ୍ରତ୍ନତତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କିନ୍ତୁ ଏବେ ଜଗମୋହନରୁ ପାଣି ଗଳିବା ଘଟଣା ସାମ୍ନାକୁ ଆସିବା ପରେ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏହି ଖବର କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ।