ଛୁଇଁଲା ଟିକାକରଣର ମ୍ୟାଜିକ ନମ୍ବର

Oct 21, 2021 - 05:00
 56
ଛୁଇଁଲା ଟିକାକରଣର ମ୍ୟାଜିକ ନମ୍ବର
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ସ୍ଥାପନ କଲା ନୂଆ ମାଇଲଖୁଣ୍ଟ । କରୋନା ମହାମାରୀକୁ ହରାଇବାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ମାତ୍ର ୯ ମାସ ପୂର୍ବେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଆଜି ୧୦୦ କୋଟିର ମ୍ୟାଜିକ ନମ୍ବର ପାର୍‌ କରିଛି। ଭାରତ ଆଜି ୧ ବିଲିୟନ କିମ୍ବା 100 କୋଟି ଡୋଜ ପୂରଣ କରି ଏକ ବିରଳ ରେକର୍ଡ ସ୍ଥାପନ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରୁ ମିଳିଥିବା ସୂଚନା ମୁତାବକ, ଭାରତ ଆଜି ସକାଳେ ଏହି ବହୁ ପ୍ରତିକ୍ଷିତ ମ୍ୟାଜିକ ନମ୍ବର ପାର୍‌ କରି ଦେଇଛି। ସକାଳ ସୁଦ୍ଧା ଟାର୍ଗେଟ ୧୦୦ କୋଟି ଡୋଜରୁ ମାତ୍ର ୫ ଲକ୍ଷ ପଛରେ ଥିଲା ଭାରତ। ତେଣୁ କିଛି ସମୟ ମଧ୍ୟରେ ଏହି ଅନ୍ତରକୁ ଅତିକ୍ରମ କରି ଟିକାକରଣ କ୍ଷେତ୍ରରେ ଇତିହାସ ରଚି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ଭାରତ । ଏହି ବିରଳ ରେକର୍ଡ ନିମନ୍ତେ ଆଜି ସମଗ୍ର ଦେଶରେ ଆୟୋଜିତ ହେବ ସ୍ୱତନ୍ତ୍ର ଉତ୍ସବ । ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଆରଏମ୍‌ଏଲ୍‌ ହସ୍ପିଟାଲରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିସହ ସେଠାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିବେ।