ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର

May 31, 2018 - 06:39
 191
କଟକ, ୩୦ା୫/(ସକାଳଖବର): କଟକ ସାଇରାମ ମଣିଂ କ୍ଲବ ସଙ୍ଗଠନ ତରଫରୁ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି କ୍ଲବର ସମ୍ପାଦକ ଜୁବୁଲା ସେଠୀ ଜଣାଇଛନ୍ତି । ଏହି ଶିବିର ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଥିବାବେଳେ ୧୭ ବର୍ଷ ପର୍ଯ୍ୟନ୍ତ ସ୍କୁଲ , କଲେଜ ସ୍ତରର ବାଳକ ବାଳିକା ଖେଳାଳୀ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଫୁଟବଲ ମହାସଂଘର କୋଚ ତଥା ପ୍ରଶିକ୍ଷକ ଦୁର୍ଗାପ୍ରସାଦ ସ୍ୱାଇଁ , ଓଡିଶା ସନ୍ତୋଷ ଟ୍ରଫି ଖେଳାଳୀ ତଥା କୋଚ୍ ଅଶୋକ ଦାସ, ସନ୍ତୋଷ ବେହେରା, ପ୍ରଶାନ୍ତ ବେହେରା ପ୍ରଶିକ୍ଷଣ ଦେଉଛନ୍ତି । ଆୟୋଜନ କମିଟିର ସଦସ୍ୟ ରବିନ୍ଦ୍ରନାଥ ସାହୁ, ସ୍ୱରୂପ ବେହେରା, ଅମରେନ୍ଦ୍ର ସାମଲ, ସ୍ୱପ୍ନଜିତ ମହାପାତ୍ର ଉପସ୍ଥିତ ରହି ଶିବିରରେ ସହଯୋଗ କରୁଛନ୍ତି ।