ଗଞ୍ଜାମ ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି

Dec 12, 2021 - 07:54
 56
ଗଞ୍ଜାମ ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା । ଆଜି ଯୋଜନାର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧ ଟାରେ ପୁରୁଷୋତ୍ତମପୁରରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ୨୭ ଲକ୍ଷ ପରିବାର ଉପକୃତ ହେବେ । ଜିଲ୍ଲାରେ bsky ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ୍ ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ଜିଲ୍ଲା ପାଇଁ ୫୭୦ କୋଟି ଟଙ୍କାର ୬୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଛଡା ୧୫୮୩ କୋଟି ଟଙ୍କାର ୬୪୫ଟି ପ୍ରକଳ୍ପ ଓ ୧୨୭ ଗୋଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ବଣ୍ଟନ କରିଛନ୍ତି ।