କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

Jun 5, 2022 - 08:56
 65
କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର : ପଂଚମ ପାଳିର ତୃତୀୟ ବର୍ଷରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେବାପରେ ନବୀନ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ମଧ୍ୟାହ୍ନରେ ମନ୍ତ୍ରୀମାନେ ଲୋକସେବା ଭବନର କନଭେସନ ସେଂଟରରେ ଶପଥ ନେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମନ୍ତ୍ରୀମାନେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ବିଭିନ୍ନ ବିଭାଗ ଆବଂଟନ କରିଛନ୍ତି । ନିରଞ୍ଜନ ପୂଜାରୀ : ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି ଓ କୃଷକ ସଶକ୍ତିକରଣ ପ୍ରମିଳା ମଲ୍ଲିକ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଉଷା ଦେବୀ : ଗୃହ ଓ ନଗର ଉନ୍ନୟନ ପ୍ରଫୁଲ୍ଲ ମଲ୍ଲିକ : ଇସ୍ପାତ, ଖଣି ଓ ପୂର୍ତ ପ୍ରତାପ ଦେବ : ଶିଳ୍ପ, ଶକ୍ତି ଓ ଏମଏସଏମଇ ଅତନୁ ସବ୍ୟସାଚୀ ନାୟକ : ଖାଦ୍ୟଯୋଗାଣ ଓ ସମବାୟ ପ୍ରଦୀପ ଅମାତ : ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ନବକିଶୋର ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଶୋକ ଚନ୍ଦ୍ର ପଣ୍ଡା : ବିଜ୍ଞାନକାରିଗରୀ, ସାଧାରଣଉଦ୍ୟୋଗକ ଟୁକୁନି ସାହୁ : ଜଳସମ୍ପଦ ଓ ବାଣିଜ୍ୟ ପରିବହନ ରାଜେନ୍ଦ୍ର ଢୋଲକିଆ : ଯୋଜନା ଓ ସମନ୍ୱୟ ଜଗନ୍ନାଥ ସାରକା : ଏସସିଏସଟି ବିକାଶ ଓ ଆଇନ ସମୀର ରଞ୍ଜନ ଦାସ : ବିଦ୍ୟାଳୟ ଓ ଗଣଶିକ୍ଷା ଅଶ୍ୱିନୀ ପାତ୍ର : ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ଅବକାରୀ ପ୍ରୀତିରଞ୍ଜନ ଘଡେଇ : ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତାବିକାଶ ଶ୍ରୀକାନ୍ତ ସାହୁ : ଶ୍ରମ ମନ୍ତ୍ରୀ ତୁଷାରକାନ୍ତି ବେହେରା : ଆଇଟି, କ୍ରୀଡ଼ା ଓ ଯୁବ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ରୋହିତ ପୂଜାରୀ : ଉଚ୍ଚଶିକ୍ଷା ମନ୍ତ୍ରୀ ରୀତା ସାହୁ : ହସ୍ତତନ୍ତ ଓ ବୟନଶିଳ୍ପ ବାସନ୍ତୀ ହେମ୍ବ୍ରମ୍‌ : ମହିଳା ଓ ମିଶନଶକ୍ତି