କିମ୍-ଟ୍ରମ୍ପ ଆଲୋଚନା: ପ୍ରତିଶ୍ରୁତି ଦେଲେନି କିମ୍

Jun 12, 2018 - 19:10
 136
କିମ୍-ଟ୍ରମ୍ପ ଆଲୋଚନା: ପ୍ରତିଶ୍ରୁତି ଦେଲେନି କିମ୍
ୱାସିଂଟନ,୧୨/୬(ଏଜେନ୍ସୀ): କୋରିଆ ଉପଦ୍ୱୀପରେ ଆଣବିକ ନିରସ୍ତ୍ରୀକରଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ ସହମତି ପ୍ରକାଶ କରିଛନ୍ତି । ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସିଙ୍ଗାପୁରଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସହମତି ପ୍ରକାଶ ପାଇଛି । ଉଭୟ ନେତାଙ୍କ ମଧ୍ୟରେ ଆଜି ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନା ଅବସରରେ ଦୂଇ ବିବାଦୀୟ ରାଷ୍ଟ୍ର ଉତ୍ତର ଓ ଦକ୍ଷିଣ କୋରିଆ ବିବାଦରୁ କ୍ଷାନ୍ତ ରହିବ ବୋଲି ଆମେରିକା ଏକପ୍ରକାର ପ୍ରତିଶ୍ରୁତି ଦେଇଥିବାବେଳେ ଆଣବିକ ଅସ୍ତ୍ର ବର୍ଜନ କରିବା ପାଇଁ ଉତ୍ତର କୋରିଆ କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କୈଣସି ପ୍ରତିଶ୍ରୁତି ଦେଇନାହିଁ ।