କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ଇଶା ଗୁପ୍ତା

Jan 10, 2022 - 06:33
 53
କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ଇଶା ଗୁପ୍ତା
ନୂଆଦିଲ୍ଲୀ୧୦।୦୧: ବଳିଉଡ୍ ଇଣ୍ଡଷ୍ଟ୍ରୀ ଉପରେ ପୁଣି ଥରେ କରୋନା ବିସ୍ଫୋରଣ ହେବାରେ ଦେଖିବାକୁ ମିଳିଛି । ପ୍ରତିଦିନ ସେଲିବ୍ରିଟିମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାର ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ଅଭିନେତ୍ରୀ ଇଶା ଗୁପ୍ତା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ନିଜକୁ ଘରେ ଆଇସୋଲେଟ୍‌ କରି ରଖିଛନ୍ତି । ଏହା ବ୍ୟତିତ କହିଛନ୍ତି କି ମୋର ମୋ ଉପରେ ବିଶ୍ବାସ ଅଚି କି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଖୁବ୍‌ ଶୀଘ୍ର ଫେରିବି । ଦୟା କରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଓ ମାସ୍କ ପିନ୍ଧନ୍ତୁ । ଏହା ସହିତ କହିଛନ୍ତି କି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରେନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ପ୍ରକାଶ ପାଇଥିଲା । ତେବେ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି ।