ଓଡ଼ିଶାର କନିଷ୍ଠ ସରପଞ୍ଚ ହେଲେ କୃଷ୍ଣଚନ୍ଦ୍ର

Mar 1, 2022 - 14:45
 50
ଓଡ଼ିଶାର କନିଷ୍ଠ ସରପଞ୍ଚ ହେଲେ କୃଷ୍ଣଚନ୍ଦ୍ର
ଭୁବନେଶ୍ୱର : ଓଡ଼ିଶାର କନିଷ୍ଠ ସରପଞ୍ଚ ହୋଇଛନ୍ତି କୃଷ୍ଣଚନ୍ଦ୍ର ସୁଆଁସିଆ । ମାତ୍ର ୨୧ ବର୍ଷ ବୟସରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱଳ୍ପ ଖର୍ଚ୍ଚରେ ସେ ନିଜର ବିଜୟ ସୁନିଶ୍ଚିତ କରିଛନ୍ତି । ଗଞ୍ଜାମର ଗୋଠ ଗାଁ ଗ୍ରାମ ପଞ୍ଚାୟତରେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ବହୁ ବରିଷ୍ଠ ନେତାଙ୍କୁ ପଛରେ ପକାଇ ଯୁବ ଚେହେରା ଭାବେ ସେ ବାଜିମାତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏନେଇ ଶ୍ରୀ ସୁଆଁସିଆ କହିଛନ୍ତିଯେ, ଏହା ହେଉଛି ଲୋକଙ୍କ ବିଜୟ । ଗୋଠଗାଁବାସୀ ତାଙ୍କୁ ଆଶୀର୍ବାଦ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ଠାପର ଭାବେ ସେ ଉଦ୍ୟମ ଜାରିରଖିବେ । ପଞ୍ଚାୟତ ଓ ୱାଡର଼୍ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକତା ସମ୍ପର୍କରେ ଜଣାଇବାକୁ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ଓ ୱାଡର଼୍ ସଭ୍ୟମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଗୋଟିଏ ପଟେ ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା ସମିତିସଭ୍ୟ ପ୍ରାର୍ଥୀ ଭାବେ ପରାସ୍ତ ହୋଇଥିବାବେଳେ କୃଷ୍ଣଚନ୍ଦ୍ରଙ୍କ ଏହି ବିଜୟ ନିଶ୍ଚିତ ଭାବେ ଅଦ୍ଭୂତପୂର୍ବ ବୋଲି କୁହାଯାଇପାରିବ ।