ଉଦ୍ଧତ ପୁଅକୁ ଗଛରେ ବାନ୍ଧିଲେ ଗାଁ ଲୋକ, ବାହା ହେଲା ପରେ ମା’-ବାପାଙ୍କୁ ଦେଉଥିଲା ନିର୍ଯ୍ୟାତନା

Sep 15, 2021 - 11:40
 59
ଉଦ୍ଧତ ପୁଅକୁ ଗଛରେ ବାନ୍ଧିଲେ ଗାଁ ଲୋକ, ବାହା ହେଲା ପରେ ମା’-ବାପାଙ୍କୁ ଦେଉଥିଲା ନିର୍ଯ୍ୟାତନା
ଆନନ୍ଦପୁର, ୧୫/୦୯: ଆନନ୍ଦପୁର ଉପଖଣ୍ଡ, ଘଷିପୁରା ଥାନା ସଟତିରା ଗାଁରେ ଜଣେ ଉଦ୍ଧତ ଯୁବକଙ୍କୁ ଗାଁ ଲୋକ ଗଛରେ ବାନ୍ଧିବାକୁ ବାଧ୍ଯ ହୋଇଛନ୍ତି । ନିଜ ମା’-ବିପାଙ୍କୁ ମାଡ ମାରି ଘରେ ରଖାଇ ଦେଉନଥିବା ଏହି ଉଦ୍ଧତ ପୁଅ ନାମରେ ଥାନାରେ ଅଭିଯୋଗ କରିଛନ୍ତି ବାପ-ମାଆ । ଥାନାରେ ଅଭିଯୋଗ ହେବା ଜାଣିବା ପରେ ଏବେ ଯୁବକ ଜଣକ ଫେରାର ହୋଇଯାଇଛି । ସଟତିରା ଗାଁର ଯଦୁମଣୀ ନାହକଙ୍କ ଏକମାତ୍ର ପୁଅ ଶଙ୍କର ନିଜ ଇଛାରେ ବାହାହେବାପରେ ବାପା-ମାଙ୍କୁ ଘରେ ରହିବାକୁ ଦେଉନାହିଁ । ଆବାସ ଯୋଜନାରେ ବାପାଙ୍କ ନାମରେ ପକ୍କାଘର ରହିଛି । ହେଲେ ପୁଅ ବାରଣ ଯୋଗଁ ବାପା-ମାଆ ଚାଳଘରେ ରହୁଛନ୍ତି । ଦିନକୁଦିନ ପୁଅର ନିର୍ଯ୍ଯାତନା ବୃଦ୍ଧି ପାଉଥିବାରୁ ଆଜି ଯଦୁମଣୀ ଓ ପତ୍ନୀ ପାକନ ଗାଁ ଭଦ୍ରଲୋକଙ୍କୁ ଡାକି ଏହାର ସମାଧାନ କରିବାକୁ ଚାହିଁଥିଲେ । ହେଲେ ଭଦ୍ରଲୋକ ଆସିବାପରେ ପୁଅ ଶଙ୍କର ଭଦ୍ରଲୋକଙ୍କୁ ମାର ଧର କରିଥିଲା । ପରେ ଗ୍ରମବାସୀ ମିଳିତ ହୋଇ ଶଙ୍କରକୁ ଗାଁରେ ଥିବା ଏକ ଗଛରେ ବାନ୍ଧି ପକାଇ ଥିଲେ ଓ ପରେ ଛାଡିଦେଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଏବେ ଶଙ୍କରକୁ ପୋଲସ୍‌ ଖୋଜୁଥିବା ଜଣାପଡ଼ିଛି ।