ଆଶେସ୍‌ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

Nov 17, 2021 - 06:05
 74
ଆଶେସ୍‌ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା
ସିଡନୀ : ଆଶେସ୍‌ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ପାଇଁ ଅଷ୍ର୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ଟିମ୍‌ ପାଏନଙ୍କ ନେତୃତ୍ୱାଧୀନ ଦଳକୁ ଉସମାନ ଖାୱାଜ ପ୍ରତ୍ୟବାର୍ତ୍ତନ କରିଛନ୍ତି । ସେ ତାଙ୍କର ଶେଷ ଟେଷ୍ଟ ୨୦୧୯ରେ ଖେଳିଥିଲେ । ନିକଟରେ କୁଇନ୍ସଲ୍ୟାଣ୍ଡ ପାଇଁ ଚମକ୍ରାର ବ୍ୟାଟିଂ କରି ଦଳକୁ ଫେରିଛନ୍ତି । ସେହିପରି ଟ୍ରାଭିସ୍‌ ହେଡ ମଧ୍ୟ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି । ଅଲରାଉଣ୍ଡର ମିଚେଲ ମାର୍ଶ ଦଳରେ ସ୍ଥାନ ପାଇନାହାଁନ୍ତି । ଦଳ-ଟିମ୍‌ ପାଏନ୍‌ (ସି), ପ୍ୟାଟ୍‌ କମିନ୍ସ (ଭିସି), କ୍ୟାମେରନ୍‌ ଗ୍ରୀନ୍‌, ମାର୍କସ୍‌ ହାରିସ୍‌, ଜୋସ୍‌ ହାଜଲେଉଡ୍‌, ଟ୍ରାଭିସ୍‌ ହେଡ୍‌, ଉସମାନ ଖାୱାଜା, ମାର୍ନୁସ ଲାବୁସାନେ, ନାଥାନ ଲିୟନ, ମାଇକେଲ ନେସର, ଜୟ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ପେସନ, ଡେଭିଡ ୱାର୍ନର ।