ଆପୋଲୋ ହସ୍ପିଟାଲରେ ପୁରୁଷ ବିଶ୍ୱକପ୍ ହକି ୨୦୨୩ ମ୍ୟାଚ୍ ରେଫରିଙ୍କ ଅସ୍ତ୍ରୋପଚାର ସଫଳ

Feb 2, 2023 - 12:57
 60
ଆପୋଲୋ ହସ୍ପିଟାଲରେ ପୁରୁଷ ବିଶ୍ୱକପ୍ ହକି ୨୦୨୩ ମ୍ୟାଚ୍ ରେଫରିଙ୍କ ଅସ୍ତ୍ରୋପଚାର ସଫଳ
ଭୁବନେଶ୍ୱର (୨/୧): ୨୫ ଜାନୁଆରୀରେ ବିଶ୍ୱକପ ହକି୨୦୨୩ ର କ୍ୱାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀର ଜଣେ ୩୮ ବର୍ଷ ବୟସ୍କ ପୁରୁଷ ମ୍ୟାଚ୍ ରେଫରିଙ୍କ ମୁହଁର ଡାହାଣ ପାଶ୍ୱର୍ର ମଧ୍ୟଭାଗରେ ସିଧାସଳଖ ହକି ବଲ ବାଜି ସେ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ମୁହଁର ଏହି ଅଂଶରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଥ୍ରୀ-ଡି ସିଟି ସ୍କାନ୍ ପରେ ଏହି ଦୁର୍ଘଟଣା ଯୋଗୁ ତାଙ୍କର ମ୍ୟାକ୍ସିଲାର ଆଟେଂରିଅର ୱାଲ ରେ ଫ୍ରାକଚର ୍ ହୋଇଥିବା ଜଣାପଡିଥିଲା । ୨୬ ତାରିଖରେ ରୋଗୀଙ୍କର ଭାଙ୍ଗିଯାଇଥିବା ହାଡକୁ ଅସ୍ତ୍ରୋପଚାର ଦ୍ୱାରା ଟାଇଟାନିୟମ୍ ମିନି ପ୍ଲେଟ୍ ଏବଂ ସ୍କ୍ରୁ ସହିତ ଫିକ୍ସିଂ କରାଯାଇଥିଲା । ସିନିୟର କନ୍‌ସଲଟାଂଟ୍ , ପ୍ଲାଷ୍ଟିକ୍ ଏବଂ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ, ଡକ୍ଟର ଲକ୍ଷ୍ମୀ କାନ୍ତ ମିଶ୍ରଙ୍କ ନେତୃତ୍ୱରେ ଡକ୍ଟର ଏସ୍ ପାଣିଗ୍ରାହୀ, ଡକ୍ଟର ବିକାଶ ମିଶ୍ର, ନ୍ୟୁରୋଲୋଜିଷ୍ଟ, ଡକ୍ଟର ଏସ୍ କେ ପ୍ରଧାନ, ଇଏନ୍‌ଟି ସର୍ଜନ, ଡକ୍‌ଟର ସି.କେ. ଦୀପା, ଚକ୍ଷୁ ବିଶେଷଜ୍ଞ ଏବଂ ଡକ୍ଟର ଏସ୍ ସତପଥୀଙ୍କ ଭଳି ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଏହି ଅସ୍ତ୍ରୋପଚାରକୁ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରିଛନ୍ତି । ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସନ୍ତୋଷଜନକ ଥିବାବେଳେ ତାଙ୍କୁ ୩ ତାରିଖରେ ଆପୋଲୋ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯିବ । ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଯାଂଚ ନିମନ୍ତେ ନିୟମିତ ପରିଦର୍ଶନ କରୁଥିବା ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସିଓଓଓ ଏବଂ ଡିଏମଏସ୍ ଡକ୍ଟର ଆଲୋକ ଶ୍ରୀବାସ୍ତଭଙ୍କୁ ରୋଗୀ ନିଜର ଚିକତ୍ସା ଏବଂ ପରବର୍ତୀ ଯତ୍ନ ସମ୍ପର୍କରେ ସନ୍ତୁଷ୍ଟି ବ୍ୟକ୍ତି କରିବା ସହିତ ଆପୋଲୋ ହସ୍ପିଟାଲ ଉଲ୍ଲେଖନୀୟ ସେବାକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଡକ୍ଟର ଆଲୋକ ଶ୍ରୀବାସ୍ତଭ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଶ୍ରୀ ବେନ୍‌ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।