ଆନ୍ଦୋଳନ ପାଇଁ ଛୁଟି ନେଇଥିବା ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ

Dec 12, 2022 - 05:34
 32
ଆନ୍ଦୋଳନ ପାଇଁ ଛୁଟି ନେଇଥିବା ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଶିକ୍ଷକମାନଙ୍କ ଉପରେ ସରକାର ନାଲି ଆଖି ଦେଖାଇଛନ୍‌ତି । ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍‌ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ରାଲିରେ ଯୋଗ ଦେବା ପାଇଁ କେଉଁ ଶିକ୍ଷକମାନେ ନଭେମ୍ବର ୨୮ରୁ ୩୦ ତାରିଖ ଯାଏ ଛୁଟି ଆବେଦନ କରିଥିଲେ, ଦରମା ରିଲିଜ୍‌ ପୂର୍ବରୁ ସେମାନଙ୍କ ତାଲିକା ଦେବାକୁ ଚିଠିରେ କୁହାଯାଇଛି । ଚିଠିରେ ଦର୍ଶାଯାଇଛି ଯେ, ଏତେ ସଂଖ୍ୟକ ଶିକ୍ଷକଙ୍କୁ ଏକକାଳୀନ ଛୁଟି ଦିଆଯାଇପାରିବ ନାହିଁ ।  ଅନ୍ୟପଟେ ପ୍ରଶଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ, ଯଦି ଏଭଳି ଚିଠି କରି ସରକାର ଶିକ୍ଷକଙ୍କୁ ଡରାଇବାକୁ ଚାହୁଁଥାନ୍ତି, ତା’ହେଲେ ଆନ୍‌ଦୋଳନ ତୀବ୍ରତର ହେବ । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ଗୋଟିଏ ପଟେ ସରକାର କମିଟି ଗଠନ କରୁଛନ୍ତି, ଅନ୍ୟପଟେ ଆମକୁ ଧମକ ଦେଉଛନ୍ତି । ମୁଁ ଏହାକୁ ତ୍ରୀବ ନିନ୍ଦା କରୁଛି । ଯେଉଁ ଶିକ୍ଷକମାନେ ଆନ୍‌ଦୋଳନକୁ ଯାଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ତାର ଉଚିତ୍‌ ଜବାବ ସରକାରଙ୍କୁ ଦେବ । ଆଗାମୀ ଦିନରେ ଆନ୍‌ଦୋଳନ ତ୍ରୀବତର ହେବ । ଅନ୍ୟପକ୍ଷରେ ଫୁଲବାଣୀ ବିଇଓ ରଞ୍ଜନ କୁମାର କହଁର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଛୁଟିରେ ଯାଇଥିବା ଶିକ୍ଷକ ମାନଙ୍କୁ ସିଏଲ୍‌ କି ଇଏଲ୍‌ ଦିଆଯିବ, ସେଥିଲାଗି ରିପୋର୍ଟ ମଗାଯାଇଥିଲା ।