ଆଜିଠୁ ଶିମିଳିପାଳରେ ବାଘ ଗଣନା

Nov 26, 2021 - 06:17
 66
ଆଜିଠୁ ଶିମିଳିପାଳରେ ବାଘ ଗଣନା
କରଞ୍ଜିଆ: ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ୪ଟି ପର୍ଯ୍ୟାୟରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ବାଘ ଗଣନା। ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା ହେବ। ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯିବା।ଏହାସହ ନୂଆ ଟେକ୍ନୋଲୋଜିର ଉପଯୋଗରେ କୋର୍ ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ବାଘ ଗଣନା କରାଯିବ। କ୍ୟାମେରାରେ ବାଘର ପାଦଚିହ୍ନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରକାରୀ ନିୟମ ଅନୁଯାୟୀ ଗଣନା କାର୍ଯ୍ୟ ହେବ ।