ଆଇସିଆଇସିଆଇ ବନ୍ଧକ ଋଣ ୧.୫ ଟ୍ରିଲିୟନ ଛୁଇଁଲା

Jul 5, 2018 - 14:34
 160
ମୁମ୍ବାଇ,୫/୭: ଦେଶର ଏକ ନମ୍ବର ଘରୋଇ ବ୍ୟାଙ୍କ ଆଇସିଆଇସିଆଇର ବନ୍ଧକ ଋଣ ୧.୫ ଟ୍ରିଲିୟନ ଅତିକ୍ରମ କରିଛି । ଫଳରେ ସର୍ବାଧିକ ବନ୍ଧକ ଋଣ ପ୍ରଦାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ବ୍ୟାଙ୍କ ମଧ୍ୟରେ ଆଇସିଆଇସିଆଇ ୧ ନମ୍ବର ସ୍ଥାନରେ ରହିପାରିଛି । ୨୦୨୦ ମସିହା ସୁଦ୍ଧା ବ୍ୟାଙ୍କ ଅନ୍ୟୂନ ୨ ଟ୍ରିଲିୟନ ବନ୍ଧକ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି । ସେହିପରି ବନ୍ଧକ ବ୍ୟବସ୍ଥାକୁ ଡ଼ିଜିଟାଇଜ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟ କାଗଜବିହୀନ କରିବା ପାଇଁ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିଛି । ଏହି ବ୍ୟବସ୍ଥାରେ ବ୍ୟାଙ୍କ ୨୦୦୦ ନୂଆ ଗୃହ ପ୍ରକଳ୍ପକୁ କାଗଜବିହୀନ ବ୍ୟବସ୍ଥାରେ ଅନୁମୋଦନ କରିଛି । ଏଥିସହ ୪୦ଟି ସହରରେ ବ୍ୟାଙ୍କ ୩୦,୦୦୦ ଅନୁମୋଦିତ ପ୍ରକଳ୍ପ ଅନଲାଇନରେ ଗ୍ରାହକଙ୍କ ପାଇଁ ସଂରକ୍ଷିତ କରିପାରିଛି । ଏହି ପୋର୍ଟାଲରେ ଗ୍ରାହକ ନିଜ ମନପସନ୍ଦ ଘର ଦେଖି ଏହାକୁ ବ୍ୟାଙ୍କ ଦ୍ୱାରା ଅନୁମୋଦିତ କରାଇପାରିବେ । ଏଥିରେ ଗ୍ରାହକ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଗୃହ ଋଣ ପାଇଁ ଆବେଦନ କରିପାରିବେ । ବନ୍ଧକ ଋଣର ସଫଳତା ପରିପ୍ରେକ୍ଷୀରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଅନୁପ ବାଗଚୀ କହିଛନ୍ତି ଯେ, ଖୁଚୁରା ଋଣ ମୁଖ୍ୟତଃ ଗୃହ ଋଣ ସମସ୍ତ ଜନତାଙ୍କ ନିକଟରେ ଯେପରି ପହଞ୍ଚିପାରିବ ସେଥିପାଇଁ ୨୦୦୦ ମସିହାକୁ ବ୍ୟାଙ୍କ ଉଦ୍ୟମ କରିଆସିଛି । ଏହି ସମୟରେ ଅନେକ ନୂଆ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କାରଣରୁ ବନ୍ଧକ ଋଣ ୧.୫ ଟ୍ରିଲିୟନ ଅତିକ୍ରମ କରିବାର ସଫଳତା ଆମେ ପାଇପାରିଛୁ ବୋଲି ସେ କହିଛନ୍ତି । ଏହି ଋଣ କ୍ଷେତ୍ରରେ ବାର୍ଷିକ ୧୫% ଅଭିବୃଦ୍ଧି ଘଟାଇ ୨୦୦୦ ମସିହା ସୁଦ୍ଧା ଏହି ପରିମାଣ ୨ ଟ୍ରିଲିୟନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବାଗଚୀ ଉଲ୍ଲେଖ କରିଛନ୍ତି । ଗ୍ରାହକଙ୍କୁ ସୁହାଇବା ପରି ଗୃହ ଋଣ ବ୍ୟାଙ୍କ ପ୍ରସ୍ତୁତ କରିଛି ।