ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ, ଫସିଛନ୍ତି ପର୍ବତାରୋହୀ

Sep 25, 2018 - 11:47
 181
ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ, ଫସିଛନ୍ତି ପର୍ବତାରୋହୀ
ନୂଆଦିଲ୍ଲୀ,୨୫I୯(ସକାଳଖବର):ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏବେ ବି ପାହାଡ଼ିଆ ଅଞ୍ଚଳରେ ବର୍ଷା ଜାରି ରହିଛି ଏବେ ବି ବିଭିନ୍ନ ସ୍ଥାନରେ ୧୫୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଉଦ୍ଧାରକାର୍ୟ୍ୟରେ ବାୟୁସେନାର ୩ଟି ହେଲିକପ୍ଟର ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀ ସି.ଏମ୍ ଜୟରାମ କୁଲ୍ଲୁ ପହଞ୍ଚି ରିଲିଫ ଓ ଉଦ୍ଧାରକାର୍ୟ୍ୟକୁ ତ୍ବରାନ୍ବିତ କରିବାକୁ ନେଇ ପାଇଁ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଡକ, ବିଦ୍ୟୁତ୍ ଓ ପାନୀୟ ଜଳ ବ୍ୟବସ୍ଥାକୁ ତୁରନ୍ତ ମରାମତି କରିବାକୁ ନିର୍ଦେଶ ଦେଇଛନ୍ତି ।ରିପୋର୍ଟ ଅନୁସାରେ ଲାହୁଲ ଓ ସ୍ପିତିରେ ୧୫୦ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ୧୫୦ ଜଣଙ୍କ ମଧ୍ୟରୁ ୪୦ ଜଣ ଦାରଚା, ୫୦ ଜଣ ସରଚୁ ଓ ୬୦ ଜଣ ଚନ୍ଦ୍ରତାଲରେ ଫସି ରହିଛନ୍ତି। ଚନ୍ଦ୍ରତାଲରେ ଫସି ରହିଥିବା ୬୦ ଲୋକଙ୍କ ମଧ୍ୟରୁ ୫ ଜଣ ଆଇଆଇଟି ମଣ୍ଡିର ଛାତ୍ର ଅଛନ୍ତି। ନିଖୋଜ ୫୦ ପର୍ବତାରୋହୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନେ ଲାହୋଲ-ସ୍ପିତି ଜିଲାର ସେସୁ କ୍ଷେତ୍ରରେ ସୁରକ୍ଷିତ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ପିଙ୍ଗଦାମ ଲା ରେ ଫସି ରହିଥିବା ଦୁଇ ଜଣ ଜର୍ମାନ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତୀୟ ବାୟୁସେନା ଉଦ୍ଧାର କରିଛି । ମଙ୍ଗଳବାର ସକାଳ ୬ଟାରେ ବାୟୁ ସେନା ପକ୍ଷରୁ ଏହି ଅପରେସନ ଆରମ୍ଭ କରିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି । କୁଲ୍ଲୁ ଜିଲ୍ଲାର ପର୍ୟ୍ୟଟନ ବିକାଶ ଅଧିକାରୀ ବୀଏସ୍ ନେଗୁଙ୍କ କହିବା ଅନୁଯାୟୀ, ପାରାଗ୍ଲାଇଡିଙ୍ଗ ଏବଂ ଟ୍ରାକିଙ୍ଗ୍ ଭଳି ସମସ୍ତ ବିପଦପୂର୍ଣ୍ଣ ଖେଳ ଗୁଡିକ ଉପରେ ରୋକ ଲଗାଯାଇଛି । ଅନ୍ୟ ରାଜ୍ୟ ମାନଙ୍କ ସହିତ ମନାଲିର ଯୋଗା ଯୋଗା ବିଛିନ୍ନ ହୋଇଥିବାର ସୂଚନା ମିଳିଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ କାରଣରୁ ୧୨ରୁ ୧୦ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୩୭୮ଟି ସଡକ ବନ୍ଦ ହୋଇଥିବାର ସୂଚନା ମିଳିଛି ।