ସେତୁ ନାହିଁ ତ ଭୋଟ ନାହିଁ
ଜୟପାଟଣା, ୦୩/୪(ସକାଳଖବର): ର୍ନିବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ନାଗୁପଡ଼ା ଗାଁ ଲୋକମାନେ ସ୍ଥାନୀୟ ଅଧିକାରୀ ବିଡ଼ିଓ, ତହସିଲଦାର, ପୁଲିସ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସବୁ ସ୍ତରକୁ ଛଂଚାଣଗାଡ଼ ନାଲା ଉପରେ ଏକ ବ୍ରିଜ୍ ନିର୍ମାଣ ପାଇଁ ଦାବି ଜଣେଇ ଥିଲେ । ବର୍ଷ ବର୍ଷ ଧରି ଗାଁ ଲୋକଙ୍କୁ ଆଶ୍ୱାସନା ସହିତ ପ୍ରତାରିତ କରି ଆସିଥିବା ସରକାର ଓ ପ୍ରଶାସନ ଏଥର ମଧ୍ୟ ଲୋକଙ୍କ ମୌଳିକ ଆବଶ୍ୟକତା ଉପେଖା କଲେ । ଗତ ପଂଚାୟତ ର୍ନିବାଚନବେଳେ ଏହି ଗାଁର ମତଦାତାମାନେ ଚରମ ନିଷ୍ପତି ନେଇ ଭୋଟ ବର୍ଜନ କରିଥିଲେ । ତଥାପି ପ୍ରଶସନ କିମ୍ବା ସରକାରଙ୍କ ଚେତା ପସିଲା ନାହିଁ । ପୁନର୍ବାର ଏବେ ଭୋଟ ବର୍ଜନର ନିଷ୍ପତି ନେବାକୁ ପଡ଼ିଲା ଏବେ ଲୋକେ ଗାଁ ମୁଣ୍ଡରେ ଏକ ବ୍ୟାନର ମାରି ଭୋଟଭିକ୍ଷା କରୁଥିବା ନେତାମାନଙ୍କୁ ଲେଖା ମାଧ୍ୟମରେ ଚେତାବନୀ ଦେଇଥିବା ଜଣାପଡ଼ିଛି । ଯେତେ ଦଳୀୟ ·ପ ହେଲେ ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ଗାଁ ଲୋକେ ଭୋଟଦାନରୁ ସମ୍ପୂର୍ଣ୍ଣ ବଂଚିତ ରହିବେବୋଲି ଲୋକମାନଙ୍କୁ ଚେତେଇ ଦେଇଛନ୍ତି । ଜୟପାଟଣା ବ୍ଲକ୍ ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ପଂଚାୟତର ବର୍ଷ ବର୍ଷ ଧରି ଉପେଖାର ଶିକାର ହୋଇଥିବା ନାଗୁପଡ଼ା ଗାଁ ଗାଁରେ ଜନ ସଂଖ୍ୟା ୭୦୦କୁ ଟପି ସାରିଥିବାବେଳେ ଭୋଟର ସଂଖ୍ୟା ମଧ୍ୟ ୫୦୦ ରେ ପହଂଚି ସାରିଲାଣି । ଗାଁକୁ ସିଧା ସଳଖ ସଡ଼କ ବ୍ୟବସ୍ଥା ନଥିବାରୁ ଲୋକେ ବର୍ଷ ତମାମ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷା ମାସ ଆସିଲେ । ଗାଁର ସମସ୍ୟା ବି ଯାଏ । ପ୍ରବେଶ ପଥରେ ବାଟ ଉଗାଡ଼ୁଥିବା ଛାଣଗାଡ଼ ନାଲା ପ୍ରତିବନ୍ଧକ ସୃଷ୍ଟିକରେ ଖରସ୍ରୋତା ନାଲାରେ ବନ୍ୟା ଆସିଲେ ଲୋକଙ୍କୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହେବାକୁ ପଡ଼ିଥାଏ । ବର୍ଷ ଚାରିମାସ ଧରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ କଲେଜ ପାଠରୁ ବଂଚିତ ହେବାକୁ ପଡେ଼ । ଗାଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ପାଠ ପଡ଼ିସାରିବାପରେ ମୁଖିଗୁଡ଼ା ହାଇସ୍କୁଲ ଓ ଜୟପାଟଣାକୁ କଲେଜ ପାଠ ପାଇଁ ଯିବାକୁ ପଡ଼ିଥାଏ । ପାଠ ପରେ ରୁଚି ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ପାଠପରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏମିତି ପ୍ରତିକୂଳ ଅବସ୍ଥାରେ ମଧ୍ୟ ଗାଁରେ ୭୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ହାଇସ୍କୁଲ ଓ ଯୁକ୍ତଦୁଇକୁ ମିଶାଇ ୨୦ ଜଣ ଛାତ୍ରଛାତ୍ରୀ ଅନ୍ୟତ୍ର ପଢ଼ÿିବା ପାଇଁ ଯାଇଥାନ୍ତି । ଗତ ପଂଚାୟତ ନିର୍ବାଚନରେ ଭୋଟବର୍ଜନ ପରେ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ବିଧାୟକ ବଳଭଦ୍ର ମାଝୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇ.ଓ. ଜିଲ୍ଲାପାଳ, ବିଡ଼ିଓ ପ୍ରମୁଖ ଗାଁକୁ ଯାଇ ଖୁବ୍ଶୀଘ୍ର ସେତୁ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇ ଫେରିଥିଲେ । କିନ୍ତୁ ସମସ୍ତ ପ୍ରତିଶ୍ରୁତି ଛଂଚାଣଗାଡ଼ର ଖୋରସ୍ରୋତରେ ଧ୍ୱଂସ ହୋଇଗଲା । ସ୍ଥାନୀୟ ଅଧିବାସୀଙ୍କୁ ପୁଣିଥରେ ରାଜନୈତିକ ପ୍ରତାରଣା ଶିକାର ହେବାକୁ ପଡ଼ିଲା । ଏବେ ନେତା ଓ ଅଧିକାରୀମାନଙ୍କ ପାଖରୁ ବିଶ୍ୱାସ ହରାଇ ସାରିଥିବା ଲୋକଙ୍କୁ ଭୋର୍ଟ ବର୍ଜନର ନିଷ୍ପତି ନେବାକୁ ପଡ଼ିଥିଲା । ଆଗକୁ କଠୋର ନିଷ୍ପତି ନେବାର ଲକ୍ଷ୍ୟ ରଖିଥିବା ଶହ ଶହ ଖଟିଖିଆ ନିଜର ପଡ଼ି କାଡର଼୍, ଭତା କାଡର଼୍, ଆବାସ ଯୋଜନା ପାଇଁ ଦିଆଯାଇଥିବା ଆଦେଶ ପତ୍ର, ଶୌଚାଳୟ, ଜବକାଡର଼୍ ଆଦିକୁ ସ୍ଥାନୀୟ ବ୍ଲକ୍ ପ୍ରଶାସନ ପାଖରେ ଫେରସ୍ତ କରି ଏକ ନୂଆ ଅଧ୍ୟାୟ ତିଆର କରିବେ ବୋଲି ଗାଁ ପରମେଶ୍ୱର ଛତ୍ରିଆ, ଧନେଶ୍ୱର ସିଂ, ସୁଦର୍ଶନ ନାଏକ, ଦୟାନିଧି ଛତ୍ରିଆ, ଜଗବନ୍ଧୁ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।