ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ନୀରବ ପ୍ରତିବାଦ

Oct 2, 2018 - 18:05
 166
ସାମ୍ବାଦିକମାନଙ୍କ  ସୁରକ୍ଷା ପାଇଁ ନୀରବ ପ୍ରତିବାଦ
ଭୁବନେଶ୍ୱର, ୨/୧୦ (ସକାଳଖବର):ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ପ୍ରତିବାଦରେ ସ୍ଥାନୀୟ ଲୋୟର ପିଏମଜି ଠାରେ ଭୁବନେଶ୍ୱରର ସାମ୍ବାଦିକ ମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ଦାବି କରି ନୀରବ ଧାରଣା ଦିଆଯାଇଥିଲା । ଏଥିରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ ହୋଇ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ । ଧାରଣା ସ୍ଥଳରେ ବିଜେପି ପକ୍ଷରୁ ସମୀର ମହାନ୍ତି ଓ ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ପହଂଚି ଧାରଣାରତ ସାମ୍ବାଦିକମାନଙ୍କୁ ସମର୍ଥନ ଜଣାଇଥିଲେ । ଆଗାମୀ ୪୮ ଘଂଟା ଭିତରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଅ ।କ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକ ସୁରକ୍ଷାପାଇଁ ଅ ।ଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଅ ।ନେ୍ଦାଳନକୁ ଆହୁରି ତୀବ୍ର କରାଯିବ ବୋଲି ସାମ୍ବାଦିକମାନେ ଚେତାବନୀ ଦେଇଛନ୍ତି ।