ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ, ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

Sep 7, 2021 - 06:41
 64
ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ, ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
ସମ୍ବଲପୁର: ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ । ଆସନ୍ତା ୧୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଥିବାରୁ ଏଥିପାଇଁ ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆସିଛି । ନୂଆ ଧାନରୁ ମାଆଙ୍କୁ ଲାଗିହେବ ନବାନ୍ନ । ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଏହାକୁ ପଶ୍ଚିମ ଓଡ଼ିଶାବାସୀ ଭକ୍ଷଣ କରିଥାନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ କରାଯାଇଛି ।ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ୧୧ତାରିଖରେ ଦିନ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ନବାନ୍ନ ଲାଗି ହେବ । ବର୍ଷର ନୂଆ ଫସଲକୁ ଇଷ୍ଟ ଦେବ, ଦେବୀଙ୍କୁ ସମର୍ପଣ କରିବାର ପାରମ୍ପରିକ ପର୍ବ ହେଉଛି ନୂଆଁଖାଇ । ନୂଆ ପୋଷାକ ପିନ୍ଧି ପରିବାରର ସମସ୍ତେ ଏକାଠି ବସି ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି କରିବା ପରେ ସମସ୍ତେ ନୂଆଁଖାଇ ପର୍ବ ପାଳନ କରନ୍ତି ।