ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌, ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌

Nov 29, 2022 - 05:57
 76
ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌, ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌
ନୂଆଦିଲ୍ଳୀ: ଫେସ୍‌ବୁକ୍‌ ଓ ଇନ୍‌ଷଷ୍ଟାଗ୍ରାମ୍‌ ପରେ ଏବେ ଜିଓ ସିମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳର ଜିଓ ବ୍ୟବହାରକାରୀମାନେ କଲ୍‌ କିମ୍ବା ମେସେଜ୍‌ ପଠାଇ ନପାରି ଅସୁବିଧାର ସମ୍ମୁ୍ଖୀନ ହେବା ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଜି ସକାଳୁ ଏପରି ସମସ୍ୟା ଉପୁଜିଛି ବୋଲି ଅନେକ ବ୍ୟବହାରକାରୀ ସୋସିଆଲ୍‌ ମିଡିଆ ଜରିଆରେ ଜଣାଇଛନ୍ତି। ମୋବାଇଲ୍‌ ଡାଟା ସେବା କିନ୍ତୁ ପୂର୍ବ ପରି ଠିକ୍‌ଠାକ୍‌ ଚାଲୁଛି। କେବଳ କଲ୍‌ ଓ ମେସେଜ୍‌‌ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ‘ସକାଳୁ ସିମ୍‌ରେ ଭୋଲ୍‌ଟି ସାଇନ୍‌ ଦେଖିବାକୁ ମିଳିନାହିଁ। କୌଣସି ବି କଲ୍‌ କରିବାକୁ ମୁଁ ଅସମର୍ଥ ହୋଇପଡ଼ିଛି। ସାଧାରଣ କଲ୍‌ ସମସ୍ୟା ଦେଖା ଦେଉଥିବା ବେଳେ ତୁମେ ୫ଜି ସେବା ପ୍ରଦାନ କରିବା କଥା ଗ୍ରାହକଙ୍କୁ କହୁଛ?’ ତେବେ କେହି କେହି ବ୍ୟବହାରକାରୀ ଇଣ୍ଟରନେଟ୍‌ ସେବା ପାଇବାରୁ ବି ବଞ୍ଚିତ ହୋଇଛନ୍ତି। ବିଶେଷ କରି ସକାଳ ୬ଟାରୁ ୯ଟା ମଧ୍ୟରେ ଏହି ସମସ୍ୟା ବିଶେଷ ଭାବେ ଅନୁଭୂତ ହୋଇଥିଲା।