ଯୁକ୍ତ ୨ ସାର୍ଟିଫିକେଟ୍‌ ନେବାକୁ ଏଣିକି ଦେବାକୁ ପଡ଼ିବ ଏତିକି ଟଙ୍କା

Mar 22, 2023 - 06:15
 33
ଯୁକ୍ତ ୨ ସାର୍ଟିଫିକେଟ୍‌ ନେବାକୁ ଏଣିକି ଦେବାକୁ ପଡ଼ିବ ଏତିକି ଟଙ୍କା
ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷାରେ କୃତକାର୍ୟ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ନେବା ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ୧୦୦ ଟଙ୍କା ଦାଖଲ କରିବାକୁ ପଡ଼ିବ। ପୂର୍ବରୁ ଏ ବାବଦରେ ୬୦ ଟଙ୍କା ଦେବାକୁ ପଡ଼ୁଥିଲା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇଛି। ଜାନୁଆରି ୧୮ରେ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟନିର୍ବାହୀ କମିଟି ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି ଏବଂ ୨୦୨୩ରୁ ଏହା ଲାଗୁ ହେବ ବୋଲି ପରିଷଦ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଛି। ମାଇଗ୍ରେସନ୍‌ ଓ ସିଏଲ୍‌ସି ସାର୍ଟିଫିକେଟ୍‌ ବାବଦ ଫି’ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।