ମୟୂରଭଞ୍ଜ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

Apr 10, 2019 - 03:51
 174
ବାରିପଦା, ୦୮/୪(ସକାଳଖବର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ୫ନଂ. ମୟୂରଭଞ୍ଜ(ସଂ) ଲୋକସଭା ଆସନ ପାଇଁ ବିଜେଡ଼ି ନେତା ତଥା ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ବାରିପଦା ବଡ଼ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି, ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ବିଜେଡ଼ିର ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ଆଇନଜୀବୀ କୃଷ୍ଣ ଦାସ, ଛାତ୍ର ସଭାପତି ଅଭୟ ସିଂ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବୀଣାପାଣି ସାହୁ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଏମସିସି ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟ ପ୍ରମୁଖଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି କଂଗ୍ରେସ-ଜେଏମଏମ ମେଣ୍ଟରୁ ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନ ତାଙ୍କ ଭାଇ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ, ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ମୁର୍ମୁ, ନିମାଇଁ ତ୍ରିପାଠୀ, ଯୁବ ସଭାପତି ପିଂଟୁ ମାଇତି, ଛାତ୍ର ସଭାପତି ଧନଞ୍ଜୟ ସାହୁ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କର୍ମକର୍ତା ପ୍ରମୁଖଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପୂର୍ବତନ ଜିଲ୍ଲା ସଭାପତି ପ୍ରଦୀପ ରଥ, ଜ୍ୟୋତି ପ୍ରକାଶ ରଥ, ବାପି ଦାସ, ସସ୍ମୀତା ଘୋଷାଲ ପ୍ରମୁଖ ବାରିପଦା ଛଉପଡ଼ିଆରୁ ବିରାଟ ପଟୁଆରରେ ଆସି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ୩ସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ବିଶେଶ୍ୱର ଟୁଡ଼ୁ ଜୀବନ ସାହୁ, କାନ୍ଦ୍ରା ସୋରେନ, ପରେଶ ମହାନ୍ତ, ବିଜୟ ଦାସ, ଲକ୍ଷ୍ମୀଧର ହାବଡ଼ା, କୌଶଲ୍ୟା ନାୟକ, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଲକ୍ଷ୍ମଣ ଟୁଡ଼ୁ ପ୍ରମୁଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡ଼ିଅମ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।