ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

Jan 29, 2023 - 10:27
 46
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ
ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଦଶପଲ୍ଲା ରାସ୍ତାର ତୁଳସୀ ପଲ୍ଲୀ- ସାହାଣପଲ୍ଲୀ ଗ୍ରାମ ମଧ୍ୟ ଭାଗରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଲାପଡା ଗ୍ରାମର ଯୁବ ବ୍ୟବସାୟୀ ଭୋଳା ପ୍ରଧାନ (୩୦) ଓ ତାଙ୍କ ପାଖରେ କାମ କରୁଥୁଵା କଣ୍ଟାଡୋର ଗ୍ରାମର ଲୋକନାଥ ସ୍ବାଇଁ ମିଶି କୌଣସି କାମରେ ଭଞ୍ଜନଗର ଆସି ବାଇକରେ ( ଓଡି ୩୨ ଏଚ୍ ୧୦୬୯୦)ଗ୍ରାମକୁ ଫେରୁଥିଲେ। ଏହି ସମୟରେ କୁଲାଡ ପଟୁ ଅନ୍ୟ ଏକ ବାଇକ୍ ରେ ବାଉଁଶ ଲୁଣ୍ଡି ଗ୍ରାମର ଅବିନାଶ ପ୍ରଧାନ (୨୩), ନେତ୍ରାନନ୍ଦ ସାହୁ (୨୪), ଚନ୍ଦନ ନାୟକ (୨୪) ଦ୍ରୁତ ଗତିରେ ଭଞ୍ଜନଗର ଆଡକୁ ଆସୁଥୁଲେ। ସାହାଣପଲ୍ଲୀ – ତୁଳସୀ ପଲ୍ଲୀ ମଝିରେ ଏକ ଟ୍ରକ୍ କୁ ଓଭର ଟେକ୍ କରି ଭୋଳା ଓ ଲୋକନାଥ ଆସିବା ବେଳେ ଅବିନାଶ ଙ୍କ ବାଇକ୍ ସହ ଧକ୍କା ଖାଇ ରାସ୍ତାରେ ଛିଟିକି ପଡିଥିଲେ। ଆଉ ଦ୍ରୁତ ଗତିରେ ଯାଉଥିବା ଅଜଣା ଟ୍ରକ୍ ଟି ଉଭୟ ଭୋଳା ପ୍ରଧାନ ଓ ଲୋକନାଥ ଙ୍କ ଉପରେ ମାଡିଯାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଆହତ ହୋଇଥିଲେ।