ଭାରତରେ WhatsApp ଡାଉନ୍, ମ୍ୟାସେଜିଂ ଠପ

Oct 25, 2022 - 09:45
 53
ଭାରତରେ WhatsApp ଡାଉନ୍, ମ୍ୟାସେଜିଂ ଠପ
ନୂଆଦିଲ୍ଲୀ ୨୫।୧୦: ଲୋକପ୍ରୀୟ ମ୍ୟେସେଜିଂ ଆପ୍ ହ୍ୱାଟସ୍‌ ଆପ୍ ମଙ୍ଗଳବାର ମଧ୍ୟାହ୍ନରେ ଡାଉନ ହୋଇଯାଇଛି। ଭାରତରେ ଲୋକେ ଏହି ଆପ୍‌ର ଏବେ ଆକ୍ସେସିଂ କରିପାରୁ ନାହାନ୍ତି। ଫଳରେ ମ୍ୟାସେଜ ପଠାଇବା ଓ ପାଇବାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦେଶରେ ହ୍ୱଟସ୍‌ ଆପ ଡାଉନ ପଡିବାର ଅଭିଯୋଗ ଲୋକେ ଟ୍ୱିଟରରେ ମଧ୍ୟ କଲେଣି। ହ୍ୱାଟସ୍‌ ଆପରେ ମ୍ୟାସେଜ୍ ସେଣ୍ଡ କଲେ ଏରର ଦେଖାଉଛି।ଏହାକୁ ନେଇ ଏବେ ଟ୍ୱିଟରରେ ମିମସ୍‌ ଭାଇରାଲ ହେଲାଣି। ହ୍ୱାଟସ୍‌ ଆପ ଡାଉନ ପଡିବା ଯୋଗୁ ବିଶ୍ୱରେ କୋଟିକୋଟି ଲୋକେ ପ୍ରଭାବିତ ହୋଇଛନ୍ତି। ହ୍ୱାଟସ୍‌ ଆପ ଡାଉନ ହୋଇଥିବା ନେଇ ଡାଉନ ଡିଟେକ୍ଟର ମଧ୍ୟ ସୂଚିତ କରିଛି। ଡାଉନ ଡିଟେକ୍ଟର ଏ ନେଇ ଟ୍ୱିଟରରେ ସୂଚିତ କରିଛି। ଏଥିରେ ହ୍ୱାଟ୍‌ ଆପ୍ କୁ ନେଇ ୟୁଜର ୩:୧୭ ଏମ ଇଡିଟିରୁ ଏହା ଅଚଳ ହୋଇ ପଡିଥିବା ଅଭିଯୋଗ କରିଛନ୍ତି। ଭାରତରେ ଲୋକେ ପ୍ରାୟ ଅଧଘଣ୍ଟା ହେବ ମ୍ୟାସେଜ ଆଦାନ ପ୍ରଦାନରେ ଅସୁବିଧା ହେଉଥିବା ଅଭିଯୋଗ କରୁଛନ୍ତି। ତେବେ ହ୍ୱାଟସ୍‌ ଆପ୍‌ ପକ୍ଷରୁ ଏ ନେଇ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ।