ଓଡ଼ିଶା ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ମିଳିଲା ICMRର ଅନୁମୋଦନ

Jan 28, 2022 - 14:04
 74
ଓଡ଼ିଶା ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ମିଳିଲା ICMRର ଅନୁମୋଦନ
ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ (IMCOV-AG)କୁ ମିଳିଲା ICMRର ଅନୁମୋଦନ। ଏହି ଟେଷ୍ଟିଂ କିଟ୍‌ର ବିକାଶ କରିଛି ଭୁବନେଶ୍ୱର ଭିତ୍ତିକ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌। ଏଥିଲାଗି ସବୁ ପ୍ରକାର ଇଣ୍ଟେଲେକଚୁଆଲ୍‌ ସହାୟତା ଯୋଗାଇଛି ଆରଏମ୍ଆର୍‌ସି ଭୁବନେଶ୍ୱର। IMCOV-AG ବିକାଶ ଲାଗି ଖର୍ଚ୍ଚ ହୋଇଛି ଏକ କୋଟି ଟଙ୍କା। ୨୦୨୦ ଜୁନ୍‌ ପରଠାରୁ ଏହା ଉପରେ ଗବେଷଣା ଚାଲିଥିଲା। ଏହି କିଟ୍‌ ଦୁଇ ମାସ ମଧ୍ୟରେ ବଜାରକୁ ଆସିବ। ଏନେଇ ସୂଚନା ଦେଇଛନ୍ତି ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସୁଜୟ ସିଂହ। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, “ଯେ କୌଣସି କୋଭିଡ୍‌-୧୯ କିଟ୍‌(ରାପିଡ୍‌ ଆଣ୍ଟିଜେନ୍‌ ବା ଆଣ୍ଟିବଡ଼ି ବା ଆର୍‌ଟିପିସିଆର କିଟ୍‌)ର ଆଇସିଏମ୍‌ଆର୍‌ ଅନୁମୋଦନ ମିଳିବା ପରେ ଜନସାଧାରଣଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ତେବେ IMCOV-AG କିଟ୍‌କୁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ଓ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଆମେ ପ୍ରଥମେ କିଟ୍‌ରେ ଇନ୍‌ହାଇସ୍‌ ଟେଷ୍ଟିଂ କରିଥିଲୁ। ସେଥିରେ ରେଜଲ୍‌ଟ ଭଲ୍‌ ଆସିଥିଲା। ଏହା ପରେ ଆଇସିଏମ୍‌ଆରଠାରୁ ଆପ୍ରୋଭାଲ ପାଇବା ପାଇଁ ଆବେଦନ କରିଥିଲୁ। ଆଇସିଏମ୍‌ଆର ଆବଶ୍ୟକ ପରୀକ୍ଷାନିରୀକ୍ଷା କରି ଏହି କିଟ୍‌କୁ ଆପ୍ରୋଭ୍‌ କରିଛନ୍ତି।”