ଖସୁଛି ତାପମାତ୍ରା, ଥରୁଛି ଦାରିଙ୍ଗିବାଡ଼ି

Nov 28, 2021 - 09:25
 60
ଖସୁଛି ତାପମାତ୍ରା, ଥରୁଛି ଦାରିଙ୍ଗିବାଡ଼ି
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ିରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି । ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଂଚିଥିଲା ସର୍ବନିମ୍ନ ତାପମାତ୍ରା । ପୁଣି ରବିବାର ଦିନ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ଆଜି ୯ ଡିଗ୍ରୀରେ ପହଞ୍ଚିଛି । ଯାହାକି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ତାପମାତ୍ରା ହ୍ରାସ ପାଇବା ଫଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଲୋକେ ସକାଳୁ ଉଠିବା କଷ୍ଟସାଧ୍ୟ ହେଉଥିବା ବେଳେ ସଠିକ ସମୟରେ କାମଧନ୍ଦାକୁ ଯାଇପାରୁନାହାନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ପାନୀୟ ଜଳ ବ୍ୟବହାର କରୁଥିବା ବେଳେ ସକାଳେ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।