ଆଦର୍ଶ ଆଚରଣ ବିଧି ସଂପର୍କରେ ସମ୍ବାଦିକ ସମ୍ମିଳନୀ

Mar 12, 2019 - 14:49
 240
ଅନୁଗୋଳ,୧୧/୩(ସକାଳଖବର): ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ଗତକାଲି ସନ୍ଧ୍ୟାରେ ଭାରତର ନିର୍ଚାଚନ କମିଶନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ନିର୍ବାଚନ କାର୍ଯ୍ୟକ୍ରମର ସୂଚୀ ଘୋଷଣା କରିବା ପରେ ଆଜି ଅପରାହ୍ନରେ ଜିଲା ପ୍ରଶାସନ ତରଫରୁ ଜିଲା କୋର୍ଟରୁମଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥି, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଅତୁଲ୍ୟ କୁମାର ଚମ୍ପତିରାୟ ଓ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥି ଏଥିରେ ଯୋଗଦେଇ ଉପସ୍ଥିତ ଜିଲାସ୍ତରୀୟ ସାମ୍ବାଦିକମାନଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଘୋଷଣା ହୋଇଥିବା ଆଦର୍ଶ ଆଚରଣ ବିଧି ଓ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଆବଶ୍ୟକ ଦସ୍ତାବିଜ ପ୍ରଦାନ କରିବା ଉପରେ ସୂଚନା ପ୍ରଦାନ କରିଥିଲେ । ଚଳିତ ମାସ ୨୮ ତାରିଖରେ ମନୋନୟନ ପତ୍ର ଦାଖଲ ହେବା ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହେବ । ଏପ୍ରିଲ ୮ ତାରିଖରେ ମନୋନୟନ ପତ୍ର ଦାଖଲ ହେବା ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହେବ । ଏପ୍ରିଲ ୮ ତାରିଖରେ ମନୋନୟନ ପତ୍ର ପ୍ରତ୍ୟାହାର ହୋଇ ୨୩ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମେ ମାସ ୨୩ ତାରିଖରେ ଗଣତି ହେବ । ନିର୍ବାଚନ ସୁଚୀ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜିଲାର ବିଭିନ୍ନ ୧୯୫୦ ଟୋଲ ଫି ନମ୍ବରରେ ୨ଟି ପାରାଲେଲ ସଂଯୋଗ ଫୋନର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସଂକ୍ରାନ୍ତିୟ ଯେ କୌଣସି ତଥ୍ୟ ପାଇବାକୁ ହେଲେ ଏହି ନମ୍ବର ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଏହାଛଡ଼ା ନିର୍ବାଚନ ସଂକ୍ରାନ୍ତିୟ ଆଇନ ଉଲଂଘନ ସମ୍ପର୍କରେ କରି ଏଥିରେ ଫଟୋ ଉଠାଇ ଅପଲୋଡ଼୍ କଲେ ଏହା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚôପାରିବ ।